Jump to content

ଏମ‌ଭିଏ-ବିଏନ ବସନ୍ତ ଟିକା

ଉଇକିପିଡ଼ିଆ‌ରୁ
ଏମ‌ଭିଏ-ବିଏନ ବସନ୍ତ ଟିକା
Vaccine description
TypeAttenuated virus
Clinical data
Trade namesImvanex, Imvamune, Jynneos
SynonymsLive modified Vaccinia virus Ankara,[] modified vaccinia Ankara - Bavarian Nordic smallpox vaccine[]
AHFS/Drugs.commonograph
Routes of
administration
Subcutaneous injection
Legal status
Legal status

ଏମ‌ଭିଏ-ବିଏନ ବସନ୍ତ ଟିକା (MVA-BN smallpox vaccine) ହେଉଛି ଏକ ପ୍ରକାର ବସନ୍ତ ଟିକା ଯାହା ଯାହା ବସନ୍ତ ରୋଗମଙ୍କିପକ୍ସ‌କୁ ରୋକିବା ପାଇଁ ବ୍ୟବହୃତ ହୁଏ ।[] [] ସଂସ୍ପର୍ଶରେ ଆସିବା ପରେ ଏହି ରୋଗ ହେବାର ଆଶଙ୍କା ଥିବା ଲୋକଙ୍କଠାରେ ଏହା ଦିଆଯାଏ ।[] [] ଏହା ପୂର୍ବରୁ ମଙ୍କିପକ୍ସ ବିରୁଦ୍ଧରେ ୮୫% ରୁ ଅଧିକ ପ୍ରଭାବଶାଳୀ ବୋଲି ଆକଳନ କରାଯାଇଥିଲା ।[] ୪ ସପ୍ତାହ ଅନ୍ତରରେ ପୃଥକ ଭାବରେ ଏହାର ଦୁଇଟି ମାତ୍ରା ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ସାମାନ୍ୟ ହୋଇଥାଏ ।[] ସାଧାରଣତଃ ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକାପଣ ଏବଂ ଅଇ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ ଅନ୍ତର୍ଭୁକ୍ତ ହୋଇପାରେ ।[] ଏକଜିମା କିମ୍ବା ଦୁର୍ବଳ ପ୍ରତିରକ୍ଷା ଥିବା ଲୋକଙ୍କ ପାଇଁ ଏସିଏଏମ ୨୦୦୦ ଅପେକ୍ଷା ଏମ‌ଭିଏ-ବିଏନ ସୁରକ୍ଷିତ ଅଟେ ।[] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିଲେ ମଧ୍ୟ ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[] ଏହା ଏକ ଜୀବନ୍ତ ଟିକା ଯାହା ନିଜକୁ ନକଲ କରିପାରିବ ନାହିଁ ।[]

୨୦୧୩ ରେ କାନାଡା ଏବଂ ୟୁରୋପରେ ୨୦୧୯ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏମ‌ଭିଏ-ବିଏନ ଅନୁମୋଦିତ ହୋଇଥିଲା ।[] ଏହା ଜିନ୍ନେଓସ, ଇମଭାମୁନ, ଏବଂ ଇମଭାନେକ୍ସ ନାମରେ ବିକ୍ରି ହୁଏ । [] ୨୦୨୨ ସୁଦ୍ଧା ବିଶ୍ୱରେ ପ୍ରାୟ ୧୬ ନିୟୁତ ମାତ୍ରା ଉପଲବ୍ଧ ଅଛି, ଯେଉଁଥିରୁ କେବଳ ଆମେରିକା ୧୪ ନିୟୁତ ପାଇବ । [] [] ୨୦୦୦ ଦଶକରେ ସରକାର ଏକ ମାତ୍ରା ବାବଦ ପ୍ରାୟ ୨୯ ଡଲାର ଖର୍ଚ୍ଚ କରିଥିଲେ । [୧୦] ବାଭାରିଆନ ନର୍ଡିକ୍ (Bavarian Nordic) ଏହି ପେଟେଣ୍ଟର ମାଲିକ ଅଟନ୍ତି; ଯଦିଓ ଏହାର ବିକାଶ ପାଇଁ ଆମେରିକା ସରକାରଙ୍କ ଠାରୁ ୨୦୦ ନିୟୁତ ଡ଼ଲାର ପାଇଛି ।[]

  1. ୧.୦ ୧.୧ ୧.୨ ୧.୩ "Imvanex EPAR". European Medicines Agency (EMA). Archived from the original on 27 April 2022. Retrieved 2014-10-02.
  2. ୨.୦ ୨.୧ ୨.୨ "MVA-BN smallpox vaccine". www.cancer.gov (in ଇଂରାଜୀ). 2 February 2011. Archived from the original on 14 October 2020. Retrieved 21 May 2022.
  3. ୩.୦ ୩.୧ ୩.୨ "Monkeypox and Smallpox Vaccine Guidance | Monkeypox | Poxvirus". www.cdc.gov (in ଆମେରିକୀୟ ଇଂରାଜୀ). 29 November 2019. Archived from the original on 19 May 2022. Retrieved 20 May 2022.
  4. "Meeting proceedings". WHO Advisory Committee on Variola Virus Research: report of the twenty-third meeting, virtual meeting, 3-4 November 2021 (in ଇଂରାଜୀ). World Health Organization. 2022. pp. 14–18. ISBN 978-92-4-004674-0. Archived from the original on 20 May 2022. Retrieved 20 May 2022.
  5. ୫.୦ ୫.୧ ୫.୨ "Smallpox and Monkeypox Vaccine Live Monograph for Professionals". Drugs.com (in ଇଂରାଜୀ). Retrieved 8 August 2022.{{cite web}}: CS1 maint: url-status (link)
  6. ୬.୦ ୬.୧ Saleh, Amr; Qamar, Shahraz; Tekin, Aysun; Singh, Romil; Kashyap, Rahul (July 2021). "Vaccine Development Throughout History". Cureus. 13 (7): e16635. doi:10.7759/cureus.16635. ISSN 2168-8184. PMID 34462676. Archived from the original on 2022-05-21. Retrieved 2022-05-21.
  7. "Smallpox and monkeypox vaccine (Jynneos) Use During Pregnancy". Drugs.com (in ଇଂରାଜୀ). Retrieved 8 August 2022.
  8. "Monkeypox". www.who.int (in ଇଂରାଜୀ). World Health Organization. Archived from the original on 21 April 2022. Retrieved 22 May 2022.
  9. ୯.୦ ୯.୧ "Exclusive: Closure Of World's Only Manufacturing Plant For Monkeypox Vaccine Raises Questions About World's Ability To Meet Rising Demand - Health Policy Watch". 31 July 2022. Archived from the original on 7 August 2022. Retrieved 8 August 2022.
  10. Lambert de Rouvroit, Axel; Heegaard, Erik D. (January 2016). "Total costs associated with replicating and non-replicating smallpox vaccines". Global Security: Health, Science and Policy. 1 (1): 3–9. doi:10.1080/23793406.2016.1171944.